
ବଜାରରେ କୁଶଳୀ କାରିଗର ନିୟୋଜିତ କରିବା ଉଦ୍ଦେଶ୍ୟ ନେଇ ସନ୍ ୨୦୧୫ ର ମଧ୍ୟ ଭାଗରେ ଓଡିଶା ସରକାରଙ୍କ ଉଦ୍ୟୋଗ ବିଭାଗ (ବର୍ତ୍ତମାନର ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା) ନାରୀ ସଶକ୍ତିକରଣ ଏବଂ ପୁରୁଷ ନିଯୁକ୍ତି କ୍ଷମତାର ବିକାଶକୁ ଆଖି ଆଗରେ ରଖି ଯାଜପୁର ଠାରେ ଏକ ମହିଳା ଆଇ.ଟି.ଆଇ. ପ୍ରତି ଷ୍ଠା କରିଥିଲେ | କ୍ରମଶଃ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢିଲା ପରେ ଏହି ଅନୁଷ୍ଠାନରେ ମହିଳାଙ୍କୁ ମଧ୍ୟ ତାଲିମ ଦେବାର ସରକାର ସୁଯଗ ଦେଇଛନ୍ତି, ଯାହା କି ଏହି ଅନୁଷ୍ଠାନ ସରକାରୀ ଆଇ.ଟି.ଆଇ. ଯାଜପୁର ନାମରେ ତିଆରି ହୋଇଥିଲା, ଯେଉଁଠି ଉଭୟ ନାରୀ ଓ ପୁରୁଷଙ୍କୁ ଦକ୍ଷତା ବିକାଶର ତାଲିମ ପ୍ରଦାନ କରାଯାଇଥାଏ |
ଆହୁରି ମଧ୍ୟ ବିଶ୍ୱ ବ୍ୟାଙ୍କ୍ ତଥା ରାଜ୍ୟ ସରକାରଙ୍କ ଅନୁଦାନ ଫଳରେ ଆଇ.ଟି.ଆଇ. ପାଠ୍ୟକ୍ରମରେ କ୍ରମଶଃ ପ୍ରଗତି ହୋଇ ଏବେ ଏହି ଆଇ.ଟି.ଆଇ ରେ ୪ ଗୋଟି ପାଠ୍ୟକ୍ରମରେ ତାଲିମ ପ୍ରଦାନ କରାଯାଉଅଛି | ଏହି ସବୁ ପାଠ୍ୟକ୍ରମରେ ଯୁବବର୍ଗ, ବିଶେଷ କରି ମହିଳା ଏବଂ ଦିବ୍ୟାଙ୍ଗ ମାନଙ୍କ ମଧ୍ୟରେ ଦକ୍ଷତା ତଥା ନିଯୁକ୍ତି କ୍ଷମତାର ବିକାଶ କରାଯାଇ ପାରୁଛି |
ସମୟ ସମୟରେ ଦେଶ ବିଦେଶରୁ ଆସୁଥିବା ଭିନ୍ନ ଭିନ୍ନ ଆଗନ୍ତୁକଙ୍କ ମତାନୁସାରେ ଏହି ଅନୁଷ୍ଠାନଟି ବର୍ତ୍ତମାନ ଆମ ରାଜ୍ୟରେ ୧ନଂ ସ୍ଥାନ ଦଖଲ କରି ପାରିଛି | ତଥାପି ଏହା ଆମ ପାଇଁ ଯଥେଷ୍ଟ ନୁହେଁ ଯେତେବେଳ ଯାଏଁ କୁଶଳୀ ଓଡିଶାଟିଏ ଗଢା ନ ହୋଇଛି |
Fill The Below Form and Star Searching